• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ବରଗଡ଼: ଗୋଟିଏ ପରିବାରର ସଦସ୍ୟଙ୍କ ଉପରେ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବୈରଖପାଲି ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ଅଭିଯୋଗ ଅନୁଯାୟୀ, ବୈରଖପାଲି ଗାଁର କ୍ଷୀରୋନ୍ଦ୍ର ମେହେରଙ୍କ ପରିବାର ରାତିରେ ଶୋଇଥିବା ବେଳେ ଚାରିଜଣ ଦୁର୍ବୃତ୍ତ ଘରେ ପହଞ୍ଚି ଭୁଜାଲିରେ ସେମାନଙ୍କୁ ଆକ୍ରମଣ କରିଥିଲେ।

ଏଥିରେ କ୍ଷୀରୋନ୍ଦ୍ରଙ୍କ ସହ ତାଙ୍କର ସ୍ତ୍ରୀ ଓ ଦୁଇ ପୁଅ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ବିଜେପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ବାଟରେ କ୍ଷୀରୋନ୍ଦ୍ରଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା।

ଦୁର୍ବୃତ୍ତମାନେ ଦୁଇଟି ବାଇକ୍‌ରେ ଆସିଥିଲେ। ତେବେ ଗଲା ବେଳେ ସେମାନେ ଗୋଟିଏ ବାଇକ୍‌ରେ ଫେରାର ହୋଇଯାଇଥିଲେ।

ଅଭିଯୋଗ ପରେ ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

ଅପରପକ୍ଷେ ଏହି ଆକ୍ରମଣର କାରଣ ସମ୍ପର୍କରେ ଜଣାପଡ଼ିନାହିଁ।

Unidentified-miscreants-attacked-4-members-of-a-family
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories