ରାଜ୍ୟରେ ବଢ଼ି ଚାଲିଛି ବେକାରୀ ସମସ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି ବେକାରୀ ସମସ୍ୟା। ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ନପାଇ ନିଶାଖୋର ହେଉଛନ୍ତି। ଆଉ ଏଥିପାଇଁ ଅପରାଧ ବି ବୃଦ୍ଧି ପାଉଛି। ନିଯୁକ୍ତି ଏବଂ ବେକାରୀ ସମସ୍ୟା ପ୍ରସଙ୍ଗରେ ଆଜି ଗୃହରେ ଏଭଳି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ଉଭୟ କଂଗ୍ରେସ ଓ ବିଜେପି। ଦେଶ ଓ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ଉଦ୍‌ବେଗ ପ୍ରକାଶ କରିଥିଲା କଂଗ୍ରେସ। ନିଯୁକ୍ତି ସମ୍ପର୍କିତ ମୂଲତବୀ ନୋଟିସ ଆଲୋଚନାରେ କଂଗ୍ରେସ ସରକାରଙ୍କୁ ଘେରିଥିଲା।
ସରକାରୀ ହିସାବ କହୁଛି, ରାଜ୍ୟରେ ବେକାରୀଙ୍କ ସଂଖ୍ୟା ପ୍ରାୟ ୮୫ ଲକ୍ଷ। ଘରୋଇ କ୍ଷେତ୍ର କି ଆତ୍ମନିଯୁକ୍ତି କଥା ଛାଡନ୍ତୁ, ସରକାରୀ କ୍ଷେତ୍ରରେ ବି ଚାକିରୀ ନାହିଁ। କେନ୍ଦ୍ର ସରକାର ବର୍ଷକୁ ଦୁଇ କୋଟି ନିଯୁକ୍ତି ଦେବେ କହି ଦେଶବାସୀଙ୍କୁ ଭୁଆଁ ବୁଲାଇଛନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆପତ୍ତି ଉଠାଇଥିଲେ। ସେହିପରି ବିଜେପି ଅଭିଯୋଗ କରିଛି ଯେ, ୨୦୧୧ ଜନସଂଖ୍ୟା ଅନୁଯାୟୀ ରାଜ୍ୟରେ ୫୮ ଦଶମିକ ୨ ପ୍ରତିଶତ ବେକାରୀ ସଂଖ୍ୟା ବଢ଼ିଛି। ଏବଂ ଦାଦନ ଖଟିବାକୁ ଯାଉଛନ୍ତି।

You might also like