ସୁରକ୍ଷା କର୍ମୀଙ୍କୁ ଧକ୍କା ଦେଇ ଚମ୍ପଟ ମାରିଲା କଏଦୀ

ଗଞ୍ଜାମ  : ଗଞ୍ଜାମ ଜିଲ୍ଲାରେ ପୁଣିଥରେ ଜେଲରୁ ଚମ୍ପଟ ମାରିଲା ବିଚାରଧୀନ କଏଦୀ। ଜିଲ୍ଲାର କୋଦଳା ସବ୍‌ଜେଲରୁ ସନ୍ତୋଷ ବେହେରା ନାମକ ବିଚାରଧୀନ କଏଦୀ ଚମ୍ପଟ୍ ମାରିଥିବା ଜଣାପଡ଼ିଛି। ଜେଲର ଗେଟ୍ ଜଗିଥିବା ଜଣେ କର୍ମଚାରୀଙ୍କୁ ଧକ୍କାଦେଇ ସେ ଚମ୍ପଟ ମାରିଥିବା ଅଭଯୋଗ ହୋଇଛି।

ଗତ ସେପ୍ଟେମ୍ବର ମାସ ୧ ତାରିଖରେ ଏକ ଡକାୟତି ମାମଲାରେ ସନ୍ତୋଷକୁ ଗିରଫ କରିଥିଲା କବିସୂର୍ଯ୍ୟନଗର ପୁଲିସ୍‌। ଏହି ଘଟଣା ପୂର୍ବରୁ ଜିଲ୍ଲାରେ ଗତ ୧୧ ତାରିଖରେ ଭଞ୍ଜନଗର ସବ୍‌ଜେଲରୁ ବାବୁ ବେହେରା ନାମକ କଏଦୀ ଫେରାର ହୋଇଯାଇଥିଲା।

ଜେଲରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ଯୋଗୁଁ ଏଭଳି ସ୍ଥିତି ଉପୁଜୁଥିବା ବୁଦ୍ଧଜୀବୀ ଅଭିଯୋଗ କରିଛନ୍ତି। ଏ ନେଇ ଜେଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳପାରିନାହିଁ।

You might also like