ଜେଲ୍‌ରୁ ଚମ୍ପଟ ମାରିଲା ବିଚାରାଧୀନ କଏଦୀ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ସବ୍ ଜେଲରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଛି ତାଙ୍କ ନାଁ ହିମାଂଶୁ ନାୟକ

ଗତ ତାରିଖରେ ଏକ ଡକାୟତି ମାମଲାରେ ପୁଲିସ୍ତାଙ୍କୁ ଗିରଫ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍କୁ ପଠା ଯାଇଥିଲା। ତେବେ ସେ ରବିବାର ଜେଲରୁ ଖସି ପଳାଇଥିବା ନେଇ ଜେଲ ଅଧୀକ୍ଷକ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ଜେଲ୍‌ର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଘଟଣାର ତଦନ୍ତ କରୁଛି।

ସୂଚନାଥାଉ କି, ଗତ ଶନିବାର ଖଣ୍ଡପଡ଼ା ସବ୍‌ ଜେଲରୁ ଜଣେ ବିଚାରାଧୀନ କଏଦୀ  ଖସିଯାଇଥିବା ବେଳେ ରବିବାର ନୟାଗଡ଼ ସବ୍‌ ଜେଲ୍‌ରୁ ଆଉଜଣେ ବନ୍ଦୀ ଖସି ଯିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଘଟଣା ପରେ ଜେଲ୍ ସୁରକ୍ଷା ବ୍ୟବସ୍ଥାକୁ ପ୍ରଶ୍ନ ଉଠିଛି।

You might also like