ଅନ୍ଧବିଶ୍ୱାସରୁ ଗଡ଼ିଲା ମୁଣ୍ଡ

କେନ୍ଦୁଝର: ପୁଣି ଅନ୍ଧବିଶ୍ୱାସରୁ ଗଡ଼ିଲା ମୁଣ୍ଡ। ଗୁଣିଗାରେଡ଼ି ସନ୍ଦେହରେ କେନ୍ଦୁଝର ବାଂଶପାଳ ଅଞ୍ଚଳରେ କକା ପୁତୁରାକୁ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ କଲଣ୍ଡା ଗାଁର ରାଜେନ୍ଦ୍ର ଦେହୁରୀ।

ଅଭିଯୋଗ ଅନୁସାରେ, ରାଜେନ୍ଦ୍ର ଓ ତାଙ୍କ କକା ପାଉ ଦେହୁରୀ ଆଜି ମଧ୍ୟାହ୍ନରେ ସାଙ୍ଗ ହୋଇ ମଦ ପିଇଥିଲେ।  ଏହି ସମୟରେ ପାଉଙ୍କ ଅସୁସ୍ଥ ପତ୍ନୀ ଆଉ ଭଲ ହେବେ ନାହିଁ ରାଜେନ୍ଦ୍ର କହିଥିଲେ। ଏହା ପରେ ରାଜେନ୍ଦ୍ର ଖିଆପିଆ ସାରି ଘରେ ଶୋଇଥିବା ବେଳେ ପାଉ ଏକ ମାଂସ କଟା ଛୁରୀରେ ତାଙ୍କ ବେକ କାଟି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ରାଜେନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା।

ରାଜେନ୍ଦ୍ର ନିଜ ଖୁଡ଼ିଙ୍କୁ ଗୁଣି କରିଥିବା ସନ୍ଦେହରେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିବା ବେଳେ ନୟାକଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାଉ ଦେହୁରୀକୁ ଗିରଫ କରିଛି।

 

You might also like