ଜୟପୁର ବିମାନ ଘାଟିରୁ କେବେ ଉଡ଼ିବ ବିମାନ?

ଜୟପୁର: ଜୟପୁର ବିମାନ ଘାଟିରୁ ନିତିଦିନିଆ ବିମାନ ଚଳାଚଳ ନେଇ ପୁଣି ଆଶଙ୍କା ଦେଖା ଦେଇଛି। ଏୟାରଷ୍ଟ୍ରିପ୍‌ ପୁନରୁଦ୍ଧାର କରାଯିବା ପରେ ବି ବିମାନ ଚଳାଚଳ ନେଇ ସବୁଜ ସଙ୍କେତ ମିଳିପାରିନାହିଁ।

ବିମାବନ୍ଦରର ରନ୍‌ୱେ ପ୍ରସ୍ତୁତ ଅଛି। ଏୟାର ଟ୍ରାଫିକ୍‌ ମଧ୍ୟ ପ୍ରସ୍ତୁତ ଅଛି। ଟର୍ମିନାଲ୍‌ ବିଲଡିଂ ସହ ବିମାନ ବନ୍ଦରର ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟ ସରିଛି। ଏବେ ଖାଲି ବିମାନ ଚଳାଚଳକୁ ଅପେକ୍ଷା ରହିଛି। ବିମାନ ବନ୍ଦରର ଫିନିସିଂ କାର୍ଯ୍ୟ ଏବେ ଚାଲିଛି। ଆଉ ମାତ୍ର ସପ୍ତାହକ ମଧ୍ୟରେ କାମ ସମ୍ପୂର୍ଣ୍ଣ ହୋଇଯିବ।

ଅନ୍ୟପଟେ ଜିଲ୍ଲା ପ୍ରଶାସନ ବିମାନ ଚଳାଚଳ ନେଇ ଡିଜିସିଏ ନିକଟରେ ଆବେଦନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଉତ୍ତର ମିଳିପାରିନାହି।

ବର୍ତ୍ତମାନ ଜୟପୁର ବିମାନ ବନ୍ଦରର ଏୟାରଷ୍ଟ୍ରିପ୍‌ରେ ୧୮ ଆସନ ବିଶିଷ୍ଟ ବିମାନ ହିଁ ଅବତରଣ କରିପାରିବ। ଏହାଠୁ ବଡ଼ ବିମାନ ଅବତରଣ ପାଇଁ ଏୟାରଷ୍ଟ୍ରିପ୍‌କୁ ଆହୁରି ସଂପ୍ରସାରଣ କରାଯିବା ଆବଶ୍ୟକ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ସମସ୍ତ ପ୍ରସ୍ତୁତି ସତ୍ତ୍ୱେ ଜୟପୁରରୁ ବିମାନ ଚଳାଚଳ ବିଳମ୍ବକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like