ଆରମ୍ଭ ହେଲା ଉଜ୍ଜ୍ୱଳା ଦିଦି ଅଭିଯାନ

ଭୁବନେଶ୍ୱର : ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ନେଇ ଆରମ୍ଭ ହେଲା ଉଜ୍ଜ୍ୱଳା ଦିଦି ଅଭିଯାନ। କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ମହିଳାଙ୍କୁ ସଚେତନ କରିବେ ଏହି ଉଜ୍ଜ୍ୱଳା ଦିଦି।

ବିଶେଷ ଭାବେ ମହିଳା ସଶକ୍ତି କରଣ, ସ୍ୱଚ୍ଛତା, ସୁରକ୍ଷା ସହ ଉଜ୍ଜ୍ୱଳା ଯୋଜନା ସମ୍ପର୍କରେ ମହିଳାଙ୍କୁ ସଚେତନ କରିବେ। ଆଜି ଭୁବନେଶ୍ୱରରେ ପ୍ରାୟ ୧୦ ହଜାର ଉଜ୍ଜ୍ୱଳା ହିତାଧିକାରୀଙ୍କୁ ନେଇ ଅନୁଷ୍ଠିତ ହୋଇଛି ଉଜ୍ଜ୍ୱଳା ଦିଦି ସମାବେଶ।

ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଉଜ୍ଜ୍ୱଳା ଦିଦିଙ୍କୁ ଶପଥ ପାଠ କରାଇଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେପି ନେତ୍ରୀ ଅପରାଜିତା ମହାନ୍ତି ଓ ଅନୁ ଚୌଧୁରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

You might also like