“ସିଲାବସ୍‌ ସାରିବାକୁ ହେଲେ ଅନଲାଇନ୍‌ରେ କ୍ଲାସ କର”

ଅନଲାଇନ୍‌ରେ କ୍ଲାସ୍‌ କର

ଭୁବନେଶ୍ୱର: ଆସନ୍ତା ୧୯ ତାରିଖ ଠାରୁ ଉଚ୍ଚଶିକ୍ଷା ଅନୁଷ୍ଠାନ କ୍ଲାସ ବନ୍ଦ ହେବ । ଶ୍ରେଣୀ ଗୃହ କ୍ଲାସ ଏବଂ ସମସ୍ତ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତି ଦେଖି ପରେ ପରୀକ୍ଷା ସମୟ ଧାର୍ଯ୍ୟ କରାଯିବ। ଏହାସହ ହଷ୍ଟେଲ ବନ୍ଦ କରିବାକୁ ଘୋଷଣା ହୋଇଛି। ୧୯ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି । କେବଳ ଏତିକି ନୁହେଁ ବରଂ ଠିକ ସମୟରେ ସିଲାବସ୍ ସାରିବାକୁ ଅନଲାଇନ ଜରିଆକେ କ୍ଲାସ ପରାମର୍ଶ ଦିଆଯାଇଛି। ସମସ୍ତ ଉଚ୍ଚ ଶିକ୍ଷା ଅନୁଷ୍ଠାନ ୫୦% କର୍ମଚାରୀଙ୍କୁ ନେଇ ଚାଲିବ, ଏନେଇ ସବୁ କୁଳପତି ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ଚିଠି ଜାରି ହୋଇଛି। ସେପଟେ, ଅନଲାଇନରେ ହୋଇପାରେ ୟୁଜି ଓ ପିଜି ପରୀକ୍ଷା। ଅନଲାଇନ ପରୀକ୍ଷା ସମ୍ଭାବନା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। କରୋନା ବଢ଼ି ଚାଲିଥିବାରୁ ଅନଲାଇନ ପରୀକ୍ଷା ହେବା ସମ୍ଭାବନା ରହିଛି।

ଏଠାରେ କହିରଖୁଛୁ, ରାଜ୍ୟର ସବୁ ବୋର୍ଡ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ ଗତକାଲି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ମାଟ୍ରିକ, +୨ ପରୀକ୍ଷା ସ୍ଥଗିତ ପାଇଁ ନିର୍ଦ୍ଦେଶ ଦେଇଥିଲେ ନବୀନ। କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଛି। ମହାମାରୀ ସ୍ଥିତିରେ ଉନ୍ନତି ଆସିଲେ ପରୀକ୍ଷା ନେଇ ନିଷ୍ପତ୍ତି ପରବର୍ତ୍ତୀ ସମୟରେ ହେବ। ଜୁନ୍ ପ୍ରଥମ ସପ୍ତାହରେ ପରୀକ୍ଷା ସଂପର୍କରେ ସମୀକ୍ଷା ହେବ ବୋଲି ସୂଚନା ମିଳିଛି। ଉପଯୁକ୍ତ ସମୟ ଦିଆଯାଇ ପୁଣି ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯିବ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହ ନବମ ଓ ଏକାଦଶ ପିଲା ସିଧା ଦଶମ ଓ ଦ୍ୱାଦଶକୁ ଉଠିବେ ବୋଲି ନିଷ୍ପତ୍ତି ହୋଇଛି। ଦଶମ, ଦ୍ୱାଦଶ ଶ୍ରେଣୀର ସମସ୍ତ କ୍ଲାସ ବନ୍ଦ କରାଯିବାକୁ ଘୋଷଣା ହୋଇଛି। ୧୯ ତାରିଖ ଠାରୁ କ୍ଲାସ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା ଗତକାଲି ଘୋଷଣା କରିଥିଲେ।

ତେବେ ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ କରୋନା ଗ୍ରହଣ ଲଗାଇଛି। ଏବର୍ଷ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ହେବନାହିଁ। ବର୍ତ୍ତମାନ ପାଇଁ ସ୍ଥଗିତ ରହିବ ଯୁକ୍ତ ଦୁଇ ଏକଜାମ୍‌। ଦେଶରେ କରୋନା ଦ୍ୱିତୀୟ ଲହରର ସୁନାମି ସୃଷ୍ଟି ହୋଇଥିବା ବେଳେ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରୁ ରଖି ଏଭଳି ନିଷ୍ପତ୍ତି ନେଇଥିଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଓ୍ୱାଲ ଦଶମ ପରୀକ୍ଷା ବାତିଲ ଓ ଯୁକ୍ତ ଦୁଇ ପରୀକ୍ଷା ସ୍ଥଗିତ ରହିବା ନେଇ ଘୋଷଣା କରିଥିଲେ।

You might also like