• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଉଦଳା :  ଗ୍ରାମାଞ୍ଚଳର ବିକାଶ ଲାଗି ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ହେଲେ ଏହାର ପ୍ରକୃତ ଉପକାର ଲୋକେ ପାଉନଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଉଦଳାର ପାଟଶାଣୀପୁର ଗାଁରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ।

ବହୁ ଅବ୍ୟବସ୍ଥା ଘେରରେ ରହିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ପାଟଶାଣୀପୁର ଗାଁ। ଏଠାରେ ୬୦ରୁ ଅଧିକ ପରିବାର ରହୁଥିଲେ ମଧ୍ୟ ସମସ୍ତେ ମୌଳିକ ସୁବିଧାରୁ ବଞ୍ଚିତ। ନା ଗାଁକୁ ଭଲ ରାସ୍ତା ଅଛି ନା ପିଇବା ପାଣିର ସୁବିଧା।

ଗୋଟିଏ ନଳକୂପ ଥିଲେ ବି ବହୁଦିନ ଧରି ଅଚଳ ହୋଇ ପଡିଛି। ଉପାୟ ନପାଇ ନଦୀର ଦୂଷିତ ପାଣି ପିଉଛନ୍ତି ଲୋକେ। ଏହି ଗାଁର ମୁଖ୍ୟ ସମସ୍ୟା ହେଉଛି ଏହି ନାଳ। ଏହାରି ଉପରେ ପୋଲଟିଏ ନଥିବାରୁ ବର୍ଷା ଦିନେ ଲୋକେ ଜଳବନ୍ଦୀ ଜୀବନ କାଟିଥା’ନ୍ତି। ବାରମ୍ବାର ଅଭିଯୋଗ କରି ବିଫଳ ହୋଇଛନ୍ତି ଗ୍ରାମବାସୀ।

ପ୍ରଶାସନିକ ସ୍ତରରେ ମଧ୍ୟ ସମସ୍ୟାର ସମାଧାନ ଲାଗି ପ୍ରୟାସ ହେଉନଥିବା ଅଭିଯୋଗ କରିଛନ୍ତି ଲୋକେ। ପାଟଶାଣୀପୁରରେ ଅନେକ ସମସ୍ୟା ଲାଗି ରହିଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରିନାହିଁ। ବିଶୁଦ୍ଧ ପାନୀୟ ଜଳ ସହ ନାଳ ଉପରେ ବ୍ରିଜ୍  ନିର୍ମାଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।

ଅନ୍ୟପଟେ ସମସ୍ୟା ନେଇ ଅବଗତ ଥିବା କହିଛନ୍ତି ଉଦଳା ବିଡ଼ିଓ। ଖୁବ୍‌ଶୀଘ୍ର ଏହାର ସମାଧାନ ଲାଗି ଉଦ୍ୟମ କରାଯିବ ବୋଲି କହିଛନ୍ତି ବିଡ଼ିଓ।

Udala-pattashanipur-village-not-found-govt-schemes
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories