ଫୋନିରେ ପୂର୍ବ ଭାରତର ସବୁଠୁ ବଡ଼ ବ୍ୟାଡମିଣ୍ଟନ୍ ଏକାଡେମୀ ଭାଙ୍ଗିଯାଇଛି

ଭୁବନେଶ୍ୱର : ବାତ୍ୟା ଫୋନିରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି ଭୁବନେଶ୍ୱର। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ଭଳି ପୂର୍ବ ଭାରତର ସବୁଠାରୁ ବଡ଼ ବ୍ୟାଡମିଣ୍ଟନ୍ ଏକାଡେମୀ ଉଡାନ୍ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି।

ଗତ ମାସକ ତଳେ ହିଁ ଏହାକୁ ଉଦ୍‌ଘାଟନ କରାଯାଇଥିଲା। ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମାଣ ହୋଇଥିବା ଏହି ବିଶ୍ୱସ୍ତରୀୟ ଏକାଡେମୀର ଛାତ ଉଡ଼ିଯାଇଛି। ଖେଳାଳୀଙ୍କ ପାଇଁ ଥିବା କୋର୍ଟ ମଧ ନଷ୍ଟ ହୋଇଛି ।

 

You might also like