ବାଲିଗୁଡ଼ା ( ଅଜିତ୍ ନାୟକ) : ବିଦ୍ୟୁତ୍ ଖୁଣ୍ଟ ପଡ଼ି ୨ ଯୁବକ ମୃତ। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା କାଲିଙ୍ଗବାଡ଼ି ଗାଁରେ ଘଟିଛି ଏହି ଅଘଟଣ।
ମିଳିଥିବା ସୂଚନା ଅନୁସାରେ ,ମୃତକ ୨ଜଣଙ୍କ ନାଁ ରଂଜନ ପ୍ରଧାନ ଓ ଲିଟୁ ପ୍ରଧାନ। ଉଭୟେ ଆଜି ଗାଁ ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ବିଲ ଦେଇ ଯାଇଥିବା ବିଦ୍ୟୁତ୍ ଖୁଣ୍ଟ ସେମାନଙ୍କ ଉପରେ ପଡ଼ି ଯାଇଥିଲା। ରଂଜନ ଓ ଲିଟୁଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବାକୁ ଯାଇ ଅନ୍ୟ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବିଦ୍ୟୁତ୍ ଝଟ୍କା ଲାଗିଥିବା ଜଣାପଡ଼ିଛି।
ଆହତଙ୍କୁ ଦାରିଙ୍ଗବାଡ଼ି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇଁ ପୁଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।