ଲୁଗା ଦୋକାନୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ, CCTVରେ କଏଦ ହେଲା ଆକ୍ରମଣର ଲାଇଭ୍ ଭିଜୁଆଲ୍‌‌

ଜଳେଶ୍ୱର: ଦୋକାନ ଭିତରେ ପଶି ଲୁଗା ଦୋକାନୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ। ଯାହାର ଲାଇଭ୍ ଭିଜୁଆଲ୍‌ ସିସିଟିଭିରେ କଏଦ ହୋଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଏହି ଘଟଣା ଘଟିଛି। ଆକ୍ରମଣ କରିଥିବା ଦୁଇ ଯୁବକ ହେଲେ ସ୍ଥାନୀୟ ଅଞ୍ଚଳର ରାଜେନ୍ଦ୍ର ଜେନା ଓ ତାଙ୍କ ଭାଇ ଜିତେନ୍ଦ୍ର ଜେନା। 

ସିସିଟିଭିରେ କଏଦ ହୋଇଥିବା ଫୁଟେଜରେ ଦେଖିବାକୁ ମିଳିଛି, ରାଜେନ୍ଦ୍ର ଓ ଜିତେନ୍ଦ୍ର ଏକ ଳୁଗା ଦୋକାନ ଭିତରେ ପଶି ଦୋକାନୀଙ୍କୁ ଧମକ ଚମକ ଦେବା ସହ ଖଣ୍ଡାରେ ତାଙ୍କ ଉପରକୁ ଆକ୍ରମଣ କରୁଛନ୍ତି। ଏଥିରେ ଦୋକାନୀ ଜଣକ ଆହତ ହୋଇଛନ୍ତି। ତେବେ ସ୍ଥାନୀୟ ଲୋକେ ଦୁଇ ଭାଇଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି।

ସୂଚନା ଅନୁସାରେ, ଗତକାଲି ରାତିରେ ଲୁଗା ଦୋକାନ ସାମ୍ନାରେ ଏକ ସିମେଣ୍ଟ ବୋଝେଇ ଗାଡ଼ିକୁ ରାଜେନ୍ଦ୍ର ଓ ଜିତେନ୍ଦ୍ର ଅଟକାଇଥିଲେ। ଗାଡ଼ି ଅଟକାଇବା ସହ ସେମାନ ଗଣ୍ଡଗୋଳ ମଧ୍ୟ କରିଥିଲେ। ତେବେ ଲୁଗା ଦୋକାନୀ ଜଣକ ସେମାନଙ୍କୁ ବୁଝାସୁଝା କରିବାକୁ ଯିବା ବେଳେ ଦୁଇ ଭାଇ ଦୋକାନ ଭିତରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଏ ନେଇ ଭୋଗରାଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ

ନଷ୍ଟ ହେଲେ ବା ହଜିଗଲେ ପୁଣି ମିଳିବ ଏସଏଲସି

ଏଠି ଏକ ସମ୍ବେଦନହୀନ ସରକାର ଚାଲିଛି- ଧର୍ମେନ୍ଦ୍ର

୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

You might also like