• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ରେଗଡ଼ା ଗାଁର ଜଣେ ଯୁବକ ନିଖୋଜ ହେବା ଓ ପରେ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ ଘଟଣାର ପର୍ଦ୍ଦାଫାଶ ହୋଇଛି। ନିଖୋଜ ଯୁବକକୁ ଜେସିବି ଚଢ଼ାଇ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ପୋତି ଦିଆଯାଇଥିଲା ଓ ପରେ ତାଙ୍କୁ ପୋଡ଼ି ଦିଆଯାଇଥିଲା। ଘଟଣାରେ ପୋଲିସ୍‌ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତକ ହେଲେ ଶେଷଦେବ କମ୍ପ। ଗିରଫ ଦ୍ୱୟ ହେଲେ-ତ୍ରିଲୋଚନ ସାହୁ ଓ ସୁରେନ୍ଦ୍ର ସାହୁ। ଏମାନେ ୩ ଜଣ ସାଙ୍ଗ ବୋଲି ଜଣାପଡ଼ିଛି। ଏହାସହ ପୋଲିସ୍ ଏହି ଜେସିବିକୁ ଜବତ କରିଛି।

ସୂଚନା ଅନୁସାରେ, ଗତ ୧୧ ତାରିଖରୁ କର୍ଲାମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ରେଗଡ଼ା ଗାଁର ଯୁବକ ଶେଷଦେବ କମ୍ପ ନିଖୋଜ ହୋଇ ଯାଇଥିଲେ। ଏନେଇ ଶେଷଦେବଙ୍କ ଭାଇ ଥାନାରେ ଏତଲା ଦେଇଥିଲେ। ଏହି ଘଟଣାର ୪ ଦିନ ପରେ କେସିଙ୍ଗା ରେଲ୍‌ୱେ ଷ୍ଟେସନ ଗୋଦାମ ସ୍ଥିତ ପର୍ଲିଡଙ୍ଗର ମୁସାଘାଟି ବୁଦାମୂଳରୁ ଏକ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ଯାହା ସମସ୍ତଙ୍କୁ ଚକିତ କରିଥିଲା। ଘଟଣାର ଛାନ୍‌ଭିନ୍‌ ପରେ ଜଣାପଡ଼ିଥିଲା ଏହି ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ ଶେଷଦେବଙ୍କର ଥିଲା। ତାଙ୍କୁ ହତ୍ୟା କରାଯାଇ ପ୍ରମାଣ ନଷ୍ଟ କରିବା ପାଇଁ ଦୁର୍ବୃତ୍ତମାନେ ଫିଙ୍ଗି ଦେଇଥିଲ।

ଏହି ଘଟଣାରେ ପୋଲିସ୍‌ ୨ ଜଣଙ୍କୁ ଗିରଫ କରିବା ସହ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଶେଷଦେବଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ପୋଲିସ୍‌ ୨ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ଏହି ୨ ଅଭିଯୁକ୍ତ ଶେଷଦେବଙ୍କ ସାଙ୍ଗ ବୋଲି ଜଣାପଡ଼ିଥିଲା। ପ୍ରେମ ବ୍ୟାପାରକୁ ନେଇ ଶେଷଦେବଙ୍କ ସହ ପ୍ରଥମେ ଏମାନଙ୍କର ଗଣ୍ଡଗୋଳ ହୋଇଥିଲା। ଏମାନେ ଶେଷଦେବଙ୍କ ଉପରେ ଜେସିବି ଚଢ଼ାଇ ହତ୍ୟା କରିଥିଲେ। ଏହାପରେ ମୃତଦେହ ପୋତି ଦେଇଥିଲେ। ତେବେ ପ୍ରମାଣ ନଷ୍ଟ ପାଇଁ ମାଟି ଖୋଳି ମୃତଦେହକୁ ବାହାର କରି ଏହାକୁ ଯମୁନାପୁରରୁ କେସିଙ୍ଗାକୁ ବାଇକ୍‌ରେ ଆଣି କେସିଙ୍ଗା ନିକଟସ୍ଥ ଏକ ଜଙ୍ଗଲରେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ। ଅଭିଯୁକ୍ତ ଦ୍ୱୟ ହତ୍ୟା ଘଟଣାକୁ ସ୍ୱୀକାର କରିଛନ୍ତି। ଉଭୟଙ୍କୁ ନର୍ଲା ପୋଲିସ୍‌ ଆଜି କୋର୍ଟ ଚାଲାଣ କରିଛି।

Two-youth-killed-their-friend
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories