ଭୋଜି ଖାଇ ୨ ଶ୍ରମିକ ମୃତ, ୪ ଗୁରୁତର
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଅଭାବନୀୟ ଘଟଣା। ଘର ଛାତ କାମ ବେଳେ ଭୋଜି ଖାଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।୧୫ରୁ ଅଧିକ ଅସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଗୁରୁବାର ବେଢ଼ାପାଳ ଗାଁରେ ଘର ଛାତ କାମ ବେଳେ ଭୋଜି ହୋଇଥିଲା। କାମ କରୁଥିବା ଶ୍ରମିକମାନେ ଭୋଜି ଖାଇ ଅସୁସ୍ଥ ହୋଇଥିଲେ। ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମୃତ ଶ୍ରମିକଙ୍କ ମଧ୍ୟରୁ କଟକରେ ଜଣଙ୍କର ଓ ଢେଙ୍କାନାଳ ହସ୍ପିଟାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି।