ଭୋର ସମୟରେ ସମୁଦ୍ର କୂଳରେ ସଫେଇ କରୁଥିଲେ, ଆକ୍ରମଣ କଲା ବାର୍‌ହା

ପୁରୀ: ବାର୍‌ହା ଆକ୍ରମଣ କରିବାରୁ ୨ଜଣ ମହିଳା ସଫେଇ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ପୁରୀ ସମୁଦ୍ରକୂଳ ଅଞ୍ଚଳରେ ଏହି ଘଟଣା ଘଟିଛି। ଆହତ ୨ ସଫେଇ କର୍ମଚାରୀ ହେଲେ- ଉର୍ମିଳା ନାୟକ ଓ ରୋହିଣୀ ନାୟକ।

ଆଜି ଭୋର ପ୍ରାୟ ୪ଟାରେ ଉର୍ମିଳା ଓ ରୋହିଣୀ ସମୁଦ୍ର କୂଳ ରାସ୍ତାରେ ସଫେଇ କରୁଥିବା ବେଳେ ବାର୍‌ହା ଆକ୍ରମଣର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବାର୍‌ହାଟି ବ୍ରହ୍ମଗିରି ଜଙ୍ଗଲ ପଟୁ ଆସିଥିବା ଜଣାପଡ଼ିଛି। ଏ ପର୍ଯ୍ୟନ୍ତ ବାର୍‌ହା ସହର ଭିତରେ ରହିଯାଇଥିବା ସୂଚନା ମିଳିଛି।

You might also like