ଦୁଇ ଟ୍ରକ ମୁହଁ।ମୁହିଁ ଧକ୍କା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଚାନ୍ଦପଶି  ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଦୁଇ ବିପରୀତ ଦିଗରୁ ଆସୁଥିବା  ଆଇରନ ଓ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲେ । ଧକ୍କା ଏତେ ଜୋର ଥିଲା କି ଘଟଣାସ୍ଥଳରେ ହିଁ ଦୁଇ ଡ୍ରାଇଭର ମୃତ୍ୟୁ ଘଟିଥିଲା ।

ରାତିରେ ଖବର ପାଇ ଅଗ୍ନିଶମ ଦଳ ପହଞ୍ଚି ଉଦ୍ଧାର କାମରେ ଲାଗିଥିଲେ । ସେମାନେ ପୋଲିସକୁ ଖବର ଦେଇଥିଲେ। ହେଲେ ଘଟଗାଁ ଓ ସଦର ପୋଲିସ ନିଜ ମଧ୍ୟରେ ସୀମାକୁ ନେଇ ଟଣାଓଟରା ହୋଇଥିଲେ। ଯାହାଫଳରେ ଘଟଣାସ୍ଥଳରେ କେହି ପହଞ୍ଚି ନ ଥିଲେ । ଏଥିଯୋଗୁ ଉଦ୍ଧାର କାର୍ଯ୍ୟ ମଧ୍ୟ ବିଳମ୍ବ ହୋଇଥିଲା । ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି।

ସୂଚନାଥାଉ କି, ଏହାକୁ ମିଶାଇ ଗତ ୪ ଦିନରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।

You might also like