‘ସୁନ୍ଦରୀ’କୁ ଜଗିବେ ଦୁଇ ପୋଷା ହାତୀ

ଅନୁଗୁଳ/ବାରିପଦା: ଅନୁଗୁଳ ଜିଲ୍ଲା ସାତକୋଶିଆରେ ଥିବା ବାଘୁଣୀ ସୁନ୍ଦରୀ ଉପରେ ଦୁଇ ପୋଷା ହାତୀ ନଜର ରଖିବେ। ଏନେଇ ବନ ବିଭାଗ ପକ୍ଷରୁ ୨ଟି ହାତୀକୁ ସାତକୋଶିଆ ଅଭୟାରଣ୍ୟକୁ ପଠାଯାଇଛି।

ଆଜି ଭୋରରୁ ଶିମିଳିପାଳରୁ ୨ଟି ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାରକୁ ସାତକୋଶିଆ ପଠାଯାଇଛି। ଉଭୟ ହାତୀ ସାତକୋଶିଆରେ ବାଘୁଣୀ ସୁନ୍ଦରୀର ଗତିବିଧି ଉପରେ ନଜର ରଖିବେ। ତେବେ ବାଘୁଣୀକୁ ଜଗିବା ପାଇଁ ହାତୀକୁ କିଭଳି ବ୍ୟବହାର କରାଯିବ ସେନେଇ ସାତକୋଶିଆ କର୍ତ୍ତୃପକ୍ଷ ପଦକ୍ଷେପ ନେବେ ବୋଲି ଶିମିଳିପାଳ ଉପନିର୍ଦ୍ଦେଶକ କହିଛନ୍ତି।

ପିସିସିଏଫଙ୍କ ନିର୍ଦ୍ଦେଶ ମୁତାବକ ଦୁଇ ହାତୀଙ୍କୁ ସାତକୋଶିଆ ପଠାଯାଇଥିବା ସେ ସୂଚନା ଦେଇଛନ୍ତି। ମଣିଷ ଶିକାର ଅଭିଯୋଗ ପରେ ସୁନ୍ଦରୀକୁ ନଭେମ୍ବର ୬ ତାରିଖରୁ ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ା ସ୍ୱତନ୍ତ୍ର ଏନ୍‌କ୍ଲୋଜର୍‌ରେ ରଖାଯାଇଛି।

You might also like