• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁଇ ଟପ୍ ମାଓନେତା ହରିଭୂଷଣ ଓ ସାରକ୍କଙ୍କ ମୃତ୍ୟୁ । କରୋନାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଲାଲବାହିନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରେସ୍ ବିଜ୍ଞପ୍ତିରେ ଏହା କହିଛି ତେଲେଙ୍ଗାନା ରାଷ୍ଟ୍ରୀୟ ମାଓ ଦଳ । ଏସଂପର୍କରେ ଆଗରୁ ମଧ୍ୟ ସୂଚନା ଦେଇଥିଲେ ଛତିଶଗଡ଼ ବସ୍ତର ରେଞ୍ଜର ଆଇଜି ପି. ସୁନ୍ଦରରାଜ ।

ସେ କହିଥିଲେ, ଜୁନ୍ ୨୧ ତାରିଖରେ ନାରାୟଣଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ନାଁରେ ପୋଲିସ ପକ୍ଷରୁ ୪୦ ଲକ୍ଷ ଟଙ୍କା ପୁରସ୍କାର ଥିଲା । ହରିଭୂଷଣ ମାଓବାଦୀ ସେଣ୍ଟ୍ରାଲ କମିଟିର ସଦସ୍ୟ ସହ ତେଲଙ୍ଗାନା ସ୍ପେଶାଲ ଜୋନାଲ କମିଟିର ସଂପାଦକ ଥିଲେ । ସେ ୨୨ରୁ ଅଧିକ ମାଓ ଆକ୍ରମଣରେ ସାମିଲ ଥିଲେ । ତାଙ୍କ ନାଁରେ ବହୁ ମାମଲା ଥିଲା । ସେହିପରି ଏରିଆ କମିଟି ନେତ୍ରୀ ସାରକ୍କାଙ୍କ ମୃତ୍ୟୁ ମଧ୍ୟ କରୋନାରେ ହୋଇଥିବା କୁହାଯାଇଛି । ଉଭୟଙ୍କ ଅନ୍ତିମ ସଂସ୍କାର ଦଣ୍ଡକାରଣ୍ୟ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି ।

mao surrender

ଅନ୍ୟପଟେ କରୋନାରେ ପୀଡ଼ିତ ହୋଇଥିବାରୁ ପୋଲିସ୍ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମାଓନେତା । ୪୦୦ ରାଉଣ୍ଡ ଗୁଳି ସହ ଆତ୍ମସମର୍ପଣ କରିଛନ୍ତି ଦୁଇ ଜଣ ମାଓବାଦୀ । ଛତିଶଗଡ଼ ଓ ମଧ୍ୟପ୍ରଦେଶ ସୀମାନ୍ତ କାହ୍ନା ଡିଭିଜନ୍ ମାଓ ସଂଗଠନର ପ୍ଳାଟୁନ୍ କମାଣ୍ଡର ଦିବାକର୍ ଓ ମହିଳା ମାଓବାଦୀ ଲକ୍ଷ୍ମୀ, ଆତ୍ମସମର୍ପଣ କରିଛନ୍ତି ।

mao surrender

ଛତିଶଗଡ଼ର କବୀରଧାମ ଏସ୍‌ପି ଶାଲାବ ସିହ୍ନାଙ୍କ ନିକଟରେ ସେମାନେ ସରେଣ୍ଡର କରିଛନ୍ତି । ୧୦ ଲକ୍ଷ ଟଙ୍କା, ଲ୍ୟାଣ୍ଡମାଇନ୍ ଓ ବିସ୍ଫୋରକ, ଏମାନେ ପୋଲିସ୍ ପାଖରେ ହସ୍ତାନ୍ତର କରିଛନ୍ତି । ଏହି ଦୁଇ ଜଣ ମାଓନେତା ଛତିଶଗଡ ଓ ମଧ୍ୟପ୍ରଦେଶ ସୀମାରେ ବହୁ ମାଓ କାର୍ଯ୍ୟକଳାପରେ ଲିପ୍ତ ଥିଲେ । ଦିବାକର ନାମରେ ଛତିଶଗଡ ପୋଲିସ ୮ ଲକ୍ଷ ଓ ମଧ୍ୟପ୍ରଦେଶ ପୋଲିସ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା ।

Two-top-cadres-of-the-maoists-were-killed-in-corona
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories