କୁଆଖାଇ ନଦୀରେ ୨ ଛାତ୍ର ନିଖୋଜ

ଭୁବନେଶ୍ୱର: କୁଆଖାଇ ନଦୀରେ ନିଖୋଜ ୨ ଛାତ୍ରଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି। କୁଆଖାଇ ବ୍ରିଜ୍ ନିକଟରେ ଗାଧୋଇଲା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ପାଣିରେ ଭାସି ଯାଇଥିବା ଅନ୍ୟ ଜଣେ ଛାତ୍ରଙ୍କୁ ଅଗ୍ନିଶମ କର୍ମଚାରୀ ଖୋଜୁଛନ୍ତି। ପ୍ରାୟ ୩୦ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ଏଥିରେ ନିୟୋଜିତ କରାଯାଇଛି।

ସୂଚନା ଅନୁସାରେ, ଆଜି ୬ଜଣ ଛାତ୍ର କୁଆଖାଇ ନଦୀକୁ ଗାଧୋଇବାକୁ ଆସିଥିଲେ। ହେଲେ ୨ଜଣଙ୍କର ପତ୍ତା ମିଳିନଥିଲା। ନିଖୋଜ୨ଜଣ ଛାତ୍ରଙ୍କୁ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ୨ ଛାତ୍ର ୟୁନିଟ-୯ ବାଳକ ହାଇସ୍କୁଲର ନବମ ଶ୍ରେଣୀରେ ପଢ଼ନ୍ତି। ସେମାନେ ହେଲେ ଜଗମୋହନ ସାହୁ ଓ ସାଥିକ ଦିଗଲ୍‌।

ସୂଚନାଥାଉ କି, ସୋମବାର ଦିନ ଜଣେ ମହିଳା ଗାଡ଼ିରେ ଆସି ହଂସପାଳ ନିକଟରେ କୁଆଖାଇ ବ୍ରିଜ୍ ଉପରେ ଗାଡ଼ି ରଖି ନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ। ପରେ ଅଗ୍ନିଶମ କର୍ମଚାରୀ ଉକ୍ତ ମହିଳାଙ୍କୁ ଟଙ୍କପାଣି ରୋଡ୍‌ ନିକଟ ନଦୀରୁ ଉଦ୍ଧାର କରିଥିଲେ।

You might also like