କୂଅ ଭିତରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ

ମୋହନା: କୂଅ ଭିତରୁ ଦୁଇ ଭଉଣୀଙ୍କ ମୃତଦେହ ଠାବ। ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ଗାଁରେ କୂଅ ଭିତରୁ ଦୁଇ ଭଉଣୀଙ୍କ ମୃତଦେହ ଠାବ କରାଯାଇଛି।

ନିଜ ଘର ସାମ୍ନାରେ ଥିବା କୂଅରେ ସେମାନଙ୍କ ମୃତଦେହ ପଡ଼ିଥିଲା। ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌ ସେମାନଙ୍କ ମୃତଦେହକୁ କୂଅରୁ ବାହାର କରିଥିଲେ।

ମୃତ ଦୁଇ ଭଉଣୀ ହେଲେ ସ୍ୱପ୍ନା ଆଚାରୀ(୨୨) ଓ କିରଣ ଆଚାରୀ(୧୪)।

ପ୍ରାଥମିକ ତଦନ୍ତରୁ ଦୁଇ ଭଉଣୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

You might also like