ଭଉଣୀକୁ ବଞ୍ଚାଇବାକୁ ଯାଇ ପାଣି ଭିତରକୁ ଚାଲିଗଲା ଭଉଣୀ

ମାଲକାନଗିରି: ଭଉଣୀକୁ ବଞ୍ଚାଇବାକୁ ଯାଇ ପାଣି ଭିତରକୁ ଚାଲିଗଲା ଭଉଣୀ, କେହି ଫେରିଲେନି।  ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ସଲିଳ ସମାଧି। ଏହି ଅଭାବନୀୟ ଘଟଣା ଘଟିଛି ମୋଟୁ ଥାନା ଅନ୍ତର୍ଗତ ମୁକାନପାଲି ଗାଁରେ।

ସୂଚନା ଅନୁସାରେ, ୨ ଝିଅଙ୍କୁ ସାଙ୍ଗରେ ନେଇ ମା ବିଲକୁ ଧାନ କାଟିବାକୁ ଯାଇଥିଲେ। ବିଲ ପାଖ ପୋଖରୀରେ ଖେଳିବା ବେଳେ ସାନ ଭଉଣୀ ବୁଡ଼ି ଯାଇଥିଲା। ସାନ ଭଉଣୀକୁ ଉଦ୍ଧାର କରିବାକୁ ଯାଇ ବଡ଼ ଭଉଣୀ ମଧ୍ୟ ବୁଡ଼ିଗଲା। ୨ ଭଉଣୀ ମଧ୍ୟରୁ ବଡ଼କୁ ୬  ହୋଇଥିବା ବେଳେ ସାନକୁ ୩ ବର୍ଷ।

You might also like