କାନ୍ଥ ଭୁଶୁଡ଼ି ୨ ଭଉଣୀ ମୃତ

ରାଉରକେଲା: ରାଉରକେଲା ଉଦିତ ନଗର ଥାନା ଅଞ୍ଚଳର ମାଲଗୋଦାମ ବସ୍ତିରେ ଏକ ଦୁଃଖଦ ଘଟଣା ଘଟିଛି। କାନ୍ଥ ଭୁଶୁଡ଼ି ୨ ଭଉଣୀଙ୍କ ମୃତ୍ୟୁ ହୋଇଛି।

ଗତକାଲି ରାତିରେ ମାଲଗୋଦାମ ବସ୍ତିର ପିଣ୍ଟୁ ବାରିକଙ୍କ ପରିବାର ଲୋକେ ଶୋଇଥିବା ବେଳେ ହଠାତ୍‌ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ପିଣ୍ଟୁଙ୍କ ୨ ଝିଅଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ମୃତ ୨ ଭଉଣୀଙ୍କ ମଧ୍ୟରୁ ଜଣକର ବୟସ ୫ ଓ ଅନ୍ୟ ଜଣକର ବୟସ ୭ ବର୍ଷ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ମଧ୍ୟ ଆହତ ହୋଇଛନ୍ତି। ତେବେ ଲଗାଣ ବର୍ଷା ଯୋଗୁଁ ଦୁର୍ବଳ ହୋଇ କାନ୍ଥ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି।

You might also like