ବାଣ ବିସ୍ଫୋରଣରେ ଭାଇଭଉଣୀ ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ ଅନ୍ତର୍ଗତ ରାଉତମୁଣ୍ଡା ଗାଁରେ ବାଣ ବିସ୍ଫୋରଣରେ ଭାଇଭଉଣୀ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ମୁନିରାମ ଛତ୍ରିଆଙ୍କ ଝିଅ କବିତା (୫) ଓ ପୁଅ ଗଣେଶ (୩)। ଉଭୟଙ୍କୁ ତୁରେଇକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅଧିକ ଚିକିତ୍ସା ପାଇଁ ବଲାଙ୍ଗିରକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।

ଗତକାଲି ଏକ ବାହାଘର ଥିଲା। ଝିଅ ଘରକୁ ଶୋଭାଯାତ୍ରାରେ ଆସିବା ବେଳେ ବରଯାତ୍ରୀ ଦଳ ବାଣ ଫୁଟାଇ ଥିଲେ। ରାସ୍ତାରେ ପଡ଼ିଥିବା ଅଫୁଟା ବାଣରେ ମୁନିରାମଙ୍କ ଝିଅ ଓ ପୁଅ ଖେଳୁଥିବା ସମୟରେ କିଛି ବାଣ ଫୁଟି ଯାଇଥିଲା। ଫଳରେ ଦୁହେଁ ଆହତ ହୋଇଥିଲେ।

You might also like