କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ : ୨ଟି ଦୋକାନ ସିଲ କଲା ଝାରସୁଗୁଡା ପ୍ରଶାସନ

ଝାରସୁଗୁଡା: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଝାରସୁଗୁଡା ସହରରେ ଥିବା ୨ଟି ଦୋକାନ ସିଲ କଲା ପ୍ରଶାସନ । ସ୍ଥାନୀୟ ପୋଲିସ ଓ ଝାରସୁଗୁଡା ବିଡ଼ିଓଙ୍କ ଉପସ୍ଥିତିରେ ଏହି ଦୁଇଟି ଦୋକାନ ସିଲ କରାଯାଇଛି । କୋଭିଡ ସଂକ୍ରମଣକୁ ପ୍ରତିହତ କରିବାକୁ ଝାରସୁଗୁଡାରେ ଚେକିଂକୁ କଡାକଡି କରାଯାଇଛି । ସାମାଜିକ ଦୂରତା ନରଖିବା ଏବଂ ଦୋକାନୀ ଓ ଗ୍ରାହକ ମାସ୍କ ବ୍ୟବହାର କରୁ ନଥିବା ଯୋଗୁଁ ଗତକାଲି ସଂଧ୍ୟାରେ ଝାରସୁଗୁଡା ସହରର ଦୁଇଟି ଦୋକାନକୁ ସିଲ କରଛି ଜିଲ୍ଲା ପ୍ରଶାସନ । ସେଥିମଧ୍ୟରୁ ଗୋଟିଏ ଜୋତା ଦୋକାନ ଓ ଅନ୍ୟଟି ଏକ ମୋବାଇଲ ଫୋନ୍ ଦୋକାନ ଥିବା ଜଣାପ଼ଡିଛି ।

କୋଭିଡର ଦ୍ୱିତୀୟ ଲହରୀ ଜାରି ରହିଥିବାବେଳେ ସଂକ୍ରମଣ ବୃଦ୍ଧି ରୋକିବାକୁ ରାଜ୍ୟ ସରକାର କୋଭିଡ୍ ନିୟମ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି  । ଝାରସୁଗୁଡା ଜିଲ୍ଲାରେ ଦିନ ଓ ସଂଧ୍ୟାରେ ପାଟ୍ରୋଲିଂ ଏବଂ ଚେକିଂକୁ କଡାକଡି କରିବାକୁ ୧୭ଟି ସ୍କ୍ବାଡ୍ ଗଠନ କରିଛନ୍ତି ଜିଲ୍ଲାପାଳ । ଗତ ୩ଦିନ ମଧ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଅମାନିଆଙ୍କୁ ସାବାଡ କରିବାକୁ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ପୂର୍ବରୁ ତିନି ସପ୍ତାହ ପର୍ଯ୍ୟନ୍ତ ସାପ୍ତାହିକ ହାଟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ବେଳେ ଆଜିଠାରୁ ନାଇଟ କର୍ଫ୍ୟୁ କରାଯିବ । ଏଥିସହ ଜିଲ୍ଲାର ୧୨ଟି ସ୍ଥାନରେ ମିନି କଣ୍ଟେନମେଣ୍ଟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ସେପଟେ କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ଛତିଶଗଡ଼ ସୀମାରେ ଥିବା ଜିଲ୍ଲା ଗୁଡିକରେ କଟକଣା କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପରେ ବି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳରେ ଛତିଶଗଡ଼ ସୀମା ମୁକୁଳା ପଡିଥିବା ଲୋକେ ଅଭିଯୋଗ କରିଛନ୍ତି । ଓଡ଼ିଶା-ଛତିଶଗଡ଼ ସୀମାରେ ଲୋକେ ଅନାୟସରେ ଯାଆସ କରୁଛନ୍ତି । ଛତିଶଗଡ଼ ସୀମାକୁ ନବରଙ୍ଗପୁର ଜିଲ୍ଲାର ୬ଟି ବ୍ଲକ ଲାଗି ରହିଥିବାବେଳେ ୩ଟି ମୁଖ୍ୟ ସଡ଼କ ରହିଛି ଏହି ସବୁ ରାସ୍ତା ଗୁଡିକରେ ଅବାଧରେ ଲୋକେ ଯାଆସ କରୁଛନ୍ତି । ରାଇଘର ସହ ଚନ୍ଦାହାଣ୍ଡି ବ୍ଲକ ସୀମା ଖୋଲା ପଡିଛି ନବରଙ୍ଗପୁର ଜିଲ୍ଲାରେ ଦ୍ୱିତୀୟ ଲହରୀରେ ପ୍ରାୟ ୫୦ ଜଣ ପଜିଟିଭ ଆକ୍ଟିଭ୍ କେସ ରହିଛି । କଟକଣା କଡାକଡି କରିବାକୁ ଲୋକେ ଦାବି କରିଛନ୍ତି ।

ଅନ୍ୟପଟେ ରାଜଧାନୀର ଆଉ ଜଣେ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବିଜେବି ହାୟର ସେକେଣ୍ଡାରୀ ସ୍କୁଲର ଜଣେ କମର୍ସ ଛାତ୍ର ପଜିଟିଭ ହୋଇଥିବା ସୂଚନା ମିଳିଛି । ଛାତ୍ର ପଜିଟିଭ ହୋଇଥିବା ନେଇ ନୋଟିସ ବୋର୍ଡରେ ସୂଚନା ଦେଇଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ଏହି ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ଛାତ୍ରଙ୍କୁ ଗୋଟିଏ ସପ୍ତାହ ଆଇସୋଲେସନରେ ରହିବାକୁ ସ୍କୁଲ ପକ୍ଷରୁ ପରାମର୍ଶ ଦେଇଛି । ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ RTPCT ଟେଷ୍ଟ କରାଯିବା ନେଇ ସୂଚନା ରହିଛି ।

You might also like