• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭଦ୍ରକ(ପାର୍ଥ ସାରଥୀ ନାୟକ): ଏ କି ବିଚିତ୍ର ନିୟମ ? ଗୋଟିଏ ହତା ଭିତରେ ଦୁଇଟି ବିଦ୍ୟାଳୟ ଅଛି। ହେଲେ ଗୋଟିଏ ପାଇଁ ସରକାରଙ୍କର ସମସ୍ତ ନିୟମ ଲାଗୁଥିବାବେଳେ ଅନ୍ୟଟି ପାଇଁ କୌଣସି ବ୍ୟବସ୍ଥା ନାହିଁ।  ଡ୍ରେସ, ମଧ୍ୟାହ୍ନ ଭୋଜନ, ଶ୍ରେଣୀ ଗୃହ, ଶୌଚାଳୟ ବ୍ୟବସ୍ଥା ନାହିଁ।

ଗୋଟିଏ ହତା ଭିତରେ ଥିବା ଦୁଇଟି ସ୍କୁଲ୍ ପାଇଁ ସରକାରୀ ବ୍ୟବସ୍ଥା କିନ୍ତୁ ଅଲଗା ଅଲଗା। ଧାମନଗର ଜୟନଗରରେ ଥିବା ବିଦ୍ୟାଳୟରେ ସରକାରଙ୍କ ପାତରଅନ୍ତର ନୀତି ଦେଖିବାକୁ ମିଳିଛି। ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ଡ୍ରେସ ମିଳୁଛି। ହେଲେ ହତା ଭିତରେ ଥିବା ଅନନ୍ତ କେଶରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬ଷ୍ଠ ଓ ସପ୍ତମ ଶ୍ରେଣୀର ୬୪ ପିଲା ସ୍କୁଲଡ୍ରେସ୍‌ରୁ ବଞ୍ଚିତ ହେଉଛନ୍ତି।

ବିଦ୍ୟାଳୟରେ ଶ୍ରେଣୀଗୃହ ଓ ଶୌଚାଳୟର ବ୍ୟବସ୍ଥା ଥିବାବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ଶ୍ରେଣୀଗୃହ ଓ ଶୌଚାଳୟ ନାହିଁ। ଏମିତିକି ସ୍କୁଲ୍ କମିଟିର ନିବଦେନରେ ନିର୍ମାଣ ହେଉଥିବା ଶ୍ରେଣୀଗୃହ ମଧ୍ୟ ଅଧପନ୍ତରିଆ ହୋଇ ରହିଥିବା ଅଭିଯୋଗ ହୋଇଛି। ଏନେଇ ସ୍କୁଲ୍ କମିଟି, ଶିକ୍ଷକ ଓ ଅଭିଭାବକ ଜିଲ୍ଲା ପ୍ରଶାସନ ନିକଟରେ ଅନେକ ଥର ଆବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ।

ପ୍ରାଥମିକ ସ୍କୁଲ୍ ପରିସରରେ ଥିବା ଅନନ୍ତ କେଶରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏକ ଅନୁଦାନପ୍ରାପ୍ତ ସ୍କୁଲ ଥିବାରୁ ସରକାରୀ ସହଯୋଗ ଏତେଟା ମିଳୁନାହିଁ। ସେପଟେ ସମସ୍ୟାର ସମାଧାନ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇବୁ ବୋଲି କହିଛନ୍ତି ଧାମନଗର ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀଚରଣ ମଲ୍ଲିକ।

Two-school-in-one-campus-but-no-govt-facilities-for-one1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories