ଭାଇରାଲ ଅଡିଓ ଘଟଣା: ୨ ଅଭିଯୁକ୍ତଙ୍କୁ ୩ଦିନ ରିମାଣ୍ଡ

ଭୁବନେଶ୍ୱର: ଭାଇରାଲ ଅଡିଓ ଘଟଣାରେ ଗିରଫ ୨ ଜଣ ରିମାଣ୍ଡରେ ଯିବେ। ଉଭୟଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ SDJM କୋର୍ଟଙ୍କ ଅନୁମତି।

କୋଭିଡ୍ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଦୁଇ ଜଣ ଫୋନ୍‌ରେ କଥା ହେଉଥିବା ବାର୍ତ୍ତାଳପର ଅଡିଓ ଭାଇରାଲ ହୋଇଥିଲା। ଏହି ଅଡିଓରେ କଥା ହେଉଥିବା ସମ୍ପୃକ୍ତ ୨ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ରିମାଣ୍ଡରେ ନେବ ପୋଲିସ୍। ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତି ରିମାଣ୍ଡରେ ଯିବେ। ଉଭୟଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ SDJM କୋର୍ଟ ଅନୁମତି ଦେଇଛନ୍ତି।

ବୁଧବାର ଠାରୁ ୩ ଦିନିଆ ରିମାଣ୍ଡରେ ପୋଲିସ ଉଭୟଙ୍କୁ ନେବ। ମଙ୍ଗଳବାର ପର୍ଯ୍ୟନ୍ତ ଉଭୟ ବିଚାର ବିଭାଗୀୟ ହାଜତରେ ରହିବେ।

You might also like