ଧରାପଡ଼ିଲେ ଦୁଇ ବଜ୍ରକାପ୍ତା ମାଫିଆ

କଟକ: ଆଠଗଡ ବନଖଣ୍ଡରେ ପୁଣି ସକ୍ରିୟ ବଜ୍ରକାପ୍ତା ରାକେଟ୍। ବଡମ୍ବା ନିକଟ ମହୁଲିଆ ଗାଁରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବଜ୍ରକାପ୍ତା ଚାଲାଣ ନେଇ ରେଢାଖୋଲରୁ ଦୁଇ ମାଫିଆଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ବିପୁଳ ବଜ୍ରକାପ୍ତା କାତି ଜବତ କରାଯାଇଛି। କିଛି ଦିନ ତଳେ ଛୋଟ ବଜ୍ରକାପ୍ତା ଚାଲାଣ ବେଳେ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ।

ଏହି ବଜ୍ରକାପ୍ତା ଚୋର ଚାଲାଣରେ ଏବେ ସୁଦ୍ଧା ମୋଟ ୩୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଗତ ଦୁଇ ଦିନ ଭିତରେ ୩ ଜଣଙ୍କୁ କଟକ ନୂଆପଟଣା ମଧୁସୂଦନ ସେତୁ ନିକଟରୁ ଗିରଫ କରିଛି ଆଠଗଡ ବନବିଭାଗ।

ସେମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡା ଓ କଟକ ଶିଖରପୁରର ହୋଇଥିବା ବେଳେ ତୃତୀୟ ବ୍ୟକ୍ତି ଜଣଙ୍କୁ ଅନୁଗୁଳରୁ ଗିରଫ କରାଯାଇଛି। ଆଠଗଡ ଡିଏଫ୍ଓଙ୍କ ସୂଚନା ମୁତାବକ ବଜ୍ରକାପ୍ତାଟି ୪ କିଲୋ ଓଜନର ହେବ ଏବଂ ସୁସ୍ଥ ଅବସ୍ଥାରେ ଅଛି। ତାର କିଛି ପରୀକ୍ଷଣ ପରେ ଜଙ୍ଗଲରେ ଛଡାଯିବ। ଖୁବଶୀଘ୍ର ବଡ ଧରଣର ଚଢଉ କରି ରାକେଟର ପର୍ଦ୍ଦାଫାଶ ହେବ ବୋଲି ଆଠଗଡ ଡିଏଫଓ ସୂଚନା ଦେଇଛନ୍ତି।

You might also like