ପୁଣି OTV ଲୋଗୋ ଲଗାଇ ଫେକ୍‌ ନ୍ୟୁଜ୍ ଭାଇରାଲ, ଥାନାରେ ୨ ଅଟକ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଫେକ୍ ନ୍ୟୁଜ ଛାଡିବା ଅଭିଯୋଗରେ ୨ ଯୁବକଙ୍କୁ ଅଟକ ରଖିଛି ବରଗଡ଼ ପୋଲିସ। ସେମାନେ ଏହି ଘଟଣାରେ ସମ୍ପୃକ୍ତ ଥିବା ମଧ୍ୟ ପୋଲିସ ଆଗରେ ସ୍ୱୀକାର କରିଛନ୍ତି। OTVର ଲୋଗୋ ଓ ଗ୍ରାଫିକ୍ସ ପ୍ଲେଟ୍ ଲଗାଇ ସୋସିଆଲ ମିଡିଆରେ ଫେକ୍‌ନ୍ୟୁଜ ଅପଲୋଡ କରାଯାଇଥିଲା। ଫେକ୍ ଗ୍ରାଫିକ୍ସ ପ୍ଲେଟ୍‌ରେ ବରଗଡ଼ ଜିଲ୍ଲାକୁ ଛୁଇଁଲା କରୋନା ଲେଖା ରହିଥିଲା।

ବରଗଡ଼ ପୋଲିସ୍‌ ନିକଟରେ ଏନେଇ ମାମଲା ହେବା ପରେ ୨ ଯୁବକଙ୍କୁ ଅଟକ ରଖିଛି ପୋଲିସ୍। ଏମାନଙ୍କୁ ପଚରାଉଚରା କରାଯାଉଛି। ଏହା ପୂର୍ବରୁ ଯାଜପୁର ଜିଲ୍ଲାରେ ବି ସମାନ ଭାବେ ଏକ ଫେକ୍ ନ୍ୟୁଜ୍ ଭାଇରାଲ୍ କରାଯାଇଥିଲା। ଏହି ମାମଲାରେ ଗତକାଲି ଜଣକୁ ଗିରଫ କରିଥିଲା ପୋଲିସ୍।

You might also like