ଦୁଇ ଯୁବତୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ

ବାରିପଦା : ଝାଡ଼ଖଣ୍ଡର ସଢେଇକେଲା ଖରସୁଆଁ ଜିଲ୍ଲା ଗହ୍ମରିଆ ଥାନା ବୋଲାୟାଡ଼ିହରେ ଦୁଇ ଜଣ ଯୁବତୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଦୁଇ ମହିଳା ମୟୁରଭଞ୍ଜ ଜିଲ୍ଲାର କୁଲିଓରାବ ଥାନାର ବୋଲି ଜଣାପଡ଼ିଛି।

ଏହି ଦୁଇ ଯୁବତୀଙ୍କ ନିଖୋଜ ନେଇ ସେମାନଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲ। ପୁଲିସର କହିବା ଅନୁସାରେ, ଦୁଇ ଯୁବତୀ ସମଲିଙ୍ଗୀ ବିବାହ କରି ସପ୍ତାହେ ହେବ ସେଠାରେ ରହୁଥିଲେ। ପୁଲିସ ଖବର ପାଇବାପରେ ଦୁଇଜଣ ଯୁବତୀଙ୍କ ଶବ ଉଦ୍ଧାର କରି ଆରମ୍ଭ କରିଛି।

You might also like