ବିଶ୍ୱକପ୍‌ ହକି ଦଳରେ ଦୁଇ ଓଡ଼ିଆ

ଭୁବନେଶ୍ୱର: ବିଶ୍ୱ କପ୍ ହକି ଦଳରେ ସ୍ଥାନ ପାଇଛନ୍ତି ଦୁଇ ଜଣ ଓଡ଼ିଆ ଖେଳାଳି। ଆଜି ଘୋଷଣା ହୋଇଥିବା ୧୮ ଜଣିଆ ଭାରତୀୟ ଦଳରେ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି।

୨୦୧୭ରେ ବିଶ୍ୱ ହକି ଲିଗ ଫାଇନାଲରେ ଉଭୟ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ। ସେହିଭଳି ବୀରେନ୍ଦ୍ର ଲାକ୍ରା ୨୦୧୪ରେ କଳିଙ୍ଗ ଷ୍ଟାଡ଼ିୟମରେ ଚାମ୍ପିୟନସ ଟ୍ରଫି ଖେଳିଥିଲେ।

ବିଶ୍ୱକପ୍ ହକି ଦଳରେ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ତୁଲାଇବେ ମନପ୍ରିତ ସିଂ। ଦଳ ଭାରତ ପାଇଁ ସଫଳତା ଆଣିବା ନେଇ ଦୃଢ଼ ଆଶାବାଦୀ ଥିବା କହିଛନ୍ତି କୋଚ୍ ହରେନ୍ଦ୍ର ସିଂ।

You might also like
Comments
Loading...