ଦୁବାଇରେ ଫସି ରହିଛନ୍ତି ୨ ଓଡ଼ିଆ ଶ୍ରମିକ

ବାଲୁଗାଁଦୁବାଇରେ ଫସି ରହିଛନ୍ତି ୨ ଓଡ଼ିଆ ଶ୍ରମିକ। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ମହୁଝର ଗାଁର ରାଜୁ ସ୍ୱାଇଁ ଓ ବାଣପୁର ରଘୁନାଥପୁର ଗାଁର ଦିଲ୍ଲୀପ କୁମାର ପଲେଇ।

ଉଭୟେ ବର୍ଷେ ତଳେ ମିସ୍ତ୍ରୀ କାମ କରିବା ପାଇଁ ଦୁବାଇ ଯାଇଥିଲେ। ଏଥିପାଇଁ ୨ବର୍ଷର ଚୁକ୍ତିନାମା ମଧ୍ୟ କରିଥିଲେ। ଜଣେ ଠିକାଦାରଙ୍କ ମାଧ୍ୟମରେ ଉଭୟେ ଦୁବାଇ ଯାଇଥିବାବେଳେ ଠିକାଦାର ଚୁକ୍ତି ମୁତାବକ ଦରମା ଦେଇ ନ ଥିବା ଅଭିଯୋଗ ହୋଇଛି।

ଏନେଇ ଉଭୟେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ କମ୍ପାନୀ କର୍ତ୍ତୃପକ୍ଷ ଉଭୟଙ୍କୁ ଚାକିରିରୁ ବାହାର କରିଦେଇଥିବା ଏକ ଭିଡିଓ ମାଧ୍ୟମରେ ସେମାନେ ଜଣାଇଛନ୍ତି।

ଗତ କିଛିଦିନ ଧରି ରାଜୁ ଓ ଦିଲ୍ଲୀପ ବାହାରେ ରହୁ ଥିବାବେଳେ, ଘରକୁ ଫେରାଇ ଆଣିବା ପାଇଁ ଏକ ଭିଡିଓ ମାଧ୍ୟମରେ ସେମାନେ ନିବେଦନ କରିଛନ୍ତି। ଏନେଇ ଟାଙ୍ଗୀ ଓ ବାଣପୁର ଥାନାରେ ଉଭୟଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ

ବିଜୁଳି ଦର ବୃଦ୍ଧି ପ୍ରତିବାଦ: ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଆହ୍ୱାନ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

You might also like