ସମାନ ନମ୍ବରରେ ଦୁଇଟି ଟଙ୍କା: ନକଲି ନୁହେଁ ଅସଲି
ଟିଟିଲାଗଡ: ଭାରତୀୟ ଟଙ୍କା ଉପରେ ଥିବା କ୍ରମିକ ସଂଖ୍ୟା ଅନେକ ଗୁରୁତ୍ୱ ବହନ କରେ। ରିଜର୍ଭ ବ୍ୟାଙ୍କ ଦ୍ୱାରା ଛପା ହେଉଥିବା ଏହି ନୋଟରେ ପ୍ରାୟତଃ ଭୁଲ୍ ନଥାଏ । ବିଶେଷକରି ପ୍ରତ୍ୟେକ ଟଙ୍କାରେ ଥିବା ନମ୍ବର ସବୁବେଳେ ଅନ୍ୟଠାରୁ ଅଲଗା।
ହେଲେ ଟିଟିଲାଗଡରେ ଦେଖା ଦେଇଛି ଏହାର ବ୍ୟତିକ୍ରମ। ଟିଟିଲାଗଡ଼ର ଜଣେ ବ୍ୟବସାୟୀଙ୍କ ପାଖରେ ସମାନ ନମ୍ବର ଥିବା ୨ଟି ୧୦ ଟଙ୍କିଆ ରହିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ନୋଟ ଦୁଇଟି ନକଲି ନୁହେଁ, ଅସଲି। ଏହି ନୋଟ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି।
ଠିକାଦାରପଡ଼ାରେ ଗ୍ରୋସରୀ ଦୋକାନ କରିଥିବା ଅଭିଳାଷ ଅଗ୍ରଓ୍ୱାଲଙ୍କୁ ଜଣେ ଗ୍ରାହକ ସଉଦା ନେଇ ଏହି ଟଙ୍କା ଦେଇଥିଲେ। ତେବେ ଦୁଇଟି ନୋଟ୍ରେ ସମାନ ନମ୍ବର ଥିବାରୁ ସେ ନକଲି ଭାବି ବ୍ୟାଙ୍କର ପରାମର୍ଶ ଲୋଡ଼ିଥିଲେ । ଅଲଗା ଅଲଗା ବ୍ୟାଙ୍କରେ ଏହି ଟଙ୍କା ଦେଖାଇବାରୁ ନୋଟ୍ ଅସଲି ବୋଲି ଜାଣିଥିଲେ। ଅଭିଳାଷ ଏହି ଟଙ୍କାକୁ ସାଇତି ରଖିଛନ୍ତି