ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଏହି ନୂଆ ଆକ୍ରାନ୍ତ
ପଟିଆ ଅଞ୍ଚଳର ଜଣେ ୪୦ ବର୍ଷୀୟ ପୁରୁଷ, ୮ ବର୍ଷୀୟ ଝିଅ ଏବଂ ସେମାନେ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି।  ଏ ନେଇ ଭୁବନେଶ୍ୱର ମହାନଗର ନିଗମ(BMC) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।

ସେମାନେ ହୋମ୍ କ୍ୱାରେଣ୍ଟିନରେ ଥିଲେ ଓ ଉଭୟଙ୍କର ଦିଲ୍ଲୀ ଗସ୍ତ ନେଇ ଟ୍ରାଭେଲ ହିଷ୍ଟ୍ରି ରହିଛି। ଦିଲ୍ଲୀରୁ ଫେରି ଉଭୟ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୮କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୪ଜଣ ଚିକିତ୍ସାଧୀନ ଥିବାବେଳେ ୫୧ଜଣ ସୁସ୍ଥ ହୋଇଛନ୍ତି। ତେବେ ୩ଜଣଙ୍କ ମୃତ୍ୟୁ ଘଟିଛି।

ଆହୁରି ମଧ୍ୟ ପଢ଼ନ୍ତୁ: ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

You might also like