ଯାଜପୁରରୁ ଆଉ ୨ କରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୪୭ ଛୁଇଁଲା

ଭୁବନେଶ୍ୱର: କରୋନାର ହଟସ୍ପଟ ପାଲଟିଛି ଯାଜପୁର ଜିଲ୍ଲା। ଆଜି ସକାଳେ ଏଠାରୁ ୫ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।  ଏବେ ଆଉ ଦୁଇ କରୋନା ରୋଗୀ ଏଠାରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪୭ ଛୁଇଁଲା। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ୱେବସାଇଟ୍‌ରେ ସୂଚନା ଦିଆଯାଇଛି।

ଏହି ଦୁଇ କରୋନା ଆକ୍ରାନ୍ତଙ୍କର କୋଲକାତା ଲିଙ୍କ ରହିଛି। ଏମାନଙ୍କ ଘର ବରୀ ବ୍ଲକରେ । ଉଭୟ ପୁରୁଷ ଏବଂ ଏମାନଙ୍କର ବୟସ ୪୮ ଓ ୫୫ ବର୍ଷ । ଏମାନେ କୋଲକାତାରୁ ଫେରିଥିଲେ ମଧ୍ୟ କରୋନା ଲକ୍ଷଣ ଏମାନଙ୍କ ପାଖରେ ନ ଥିଲା। ତଥାପି କ୍ୱାରେଣ୍ଟିନରେ ରଖାଯାଇଥିଲା।

ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬କୁ ବୃଦ୍ଧି ପାଇଛି।

ସକାଳେ ଏଠାରୁ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।  ଏମାନେ ମଧ୍ୟ କୋଲକାତାରୁ ଫେରିଥିବା ସୂଚନା ମିଳିଛି। ୫ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ପୁରୁଷ, ୨ ଜଣ ମହିଳା ଅଛନ୍ତି। ୩ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୨୮, ୫୬ ଓ ୬୩ ବର୍ଷ। ୨ ଜଣ ମହିଳାଙ୍କ ବୟସ ୨୪ ଓ ୬୦ ବର୍ଷ। ମହିଳା ଦ୍ୱୟ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ। ଏମାନେ ସମସ୍ତେ କ୍ୱାରେଣ୍ଟିନ୍‌ରେ ଥିଲେ।

ରାଜ୍ୟରେ କରୋନା ଆକ୍ଟିଭ କେସ ୧୦୦ ଥିବାବେଳେ ୫୫ଜଣ  ସୁସ୍ଥ ହୋଇଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି।

You might also like