କେନ୍ଦ୍ରାପଡ଼ା: ବ୍ରାହ୍ମଣୀରେ ବୁଡ଼ି ଜଣେ ନାବାଳକ ସମେତ ୨ ନିଖୋଜ। ଧୂମାତ ଶାସନ ଗୋବରଗାଡ଼ିଆ-ଅଳପୁଆ ବ୍ରାହ୍ମଣୀ ଘାଟରେ ଅଘଟଣ ଘଟିଛି। ଠାକୁରଙ୍କ ହୋଲି ଖେଳ ପରେ ନଦୀରେ ଗାଧୋଉଥିଲେ ୪ ସାଙ୍ଗ। ଗୋଡ଼ ଖସିଯିବାରୁ ୨ ନିଖୋଜ ହୋଇଥିବା ବେଳେ ଆଉ ୨ ଜଣଙ୍କୁ ଉଦ୍ଧାର କଲେ ଉପସ୍ଥିତ ଲୋକେ। ନିଖୋଜ ୨ ଜଣଙ୍କ ମଧ୍ୟରୁ ଜଣେ ନବମ ଶ୍ରେଣୀ ଛାତ୍ର ଥିବା ସୂଚନା। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାରକାର୍ଯ୍ୟ ଜାରି ରହିଛି।
#ବ୍ରାହ୍ମଣୀରେ_ବୁଡ଼ି_୨_ନିଖୋଜ
କେନ୍ଦ୍ରାପଡ଼ା: ବ୍ରାହ୍ମଣୀରେ ବୁଡ଼ି ଜଣେ ନାବାଳକ ସମେତ ୨ ନିଖୋଜ।
ଧୂମାତ ଶାସନ ଗୋବରଗାଡ଼ିଆ-ଅଳପୁଆ ବ୍ରାହ୍ମଣୀ ଘାଟରେ ଅଘଟଣ, ଠାକୁରଙ୍କ ହୋଲି ଖେଳ ପରେ ନଦୀରେ ଗାଧୋଉଥିଲେ ୪ ସାଙ୍ଗ। ଗୋଡ଼ ଖସିଯିବାରୁ ୨ ନିଖୋଜ; ୨ ଜଣଙ୍କୁ ଉଦ୍ଧାର କଲେ ଉପସ୍ଥିତ ଲୋକେ। pic.twitter.com/6P7T9xKFiU— ଓଟିଭି (@otvkhabar) March 31, 2021