୨ ନାବାଳକଙ୍କ ସଲିଳ ସମାଧି

ବାଲେଶ୍ୱର : ୨ ଜଣ ନାବାଳକଙ୍କ ସଲିଳ ସମାଧି। ଏହି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଭୋଗରାଇ ବ୍ଲକ୍‌ ନାରୟଣପୁର ଗାଁରେ। ଗାଁ ପୋଖରୀରେ ବୁଡ଼ି ୨ ଜଣ ନାବାଳକ ମୃତ୍ୟୁ ହୋଇଛି।

ପୋଖରୀ ନିକଟରେ ଖେଳୁଥିବା ବେଳେ ୨ଜଣ ସଂପର୍କୀୟ ଭାଇ ପୋଖରୀରେ ବୁଡିଯାଇଥିଲେ। ଆଜି ଅପରାହ୍ନରେ ଗାଁର ରାଜକୁମାର ସାହୁଙ୍କ ୩ ବର୍ଷ ପୁଅ ଓ ରଞ୍ଜନ କୁମାର ସାହୁଙ୍କ ୪ ବର୍ଷର ପୁଅ ଖେଳୁଥିବା ବେଳେ ଅଜାଣତରେ ପୋଖରୀରେ ବୁଡିଯାଇଥିଲେ। ପରେ ଉଭୟଙ୍କ ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

You might also like