ଶୋଇଥିବା ବେଳେ ୨ ଭଉଣୀଙ୍କୁ କାମୁଡ଼ି ଦେଲା ସାପ

ସୁବର୍ଣ୍ଣପୁର: ସାପ କାମୁଡ଼ାରେ ୨ ଭଉଣୀଙ୍କର ମୃତ୍ୟୁ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ପଞ୍ଚମହଲା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି।

ମୃତକ ହେଲେ ବାଳଗୋପାଳ ଜଗଦଲାଙ୍କ ଦୁଇ ଝିଅ ନିକିତା ଏବଂ ଅର୍ଚ୍ଚିତା। ଗତକାଲି ରାତିରେ ଦୁଇ ଭଉଣୀ ଘର ଭିତରେଶୋଇ ଥିବାବେଳେ ଏକ ସାପ ସେମାନଙ୍କୁ କାମୁଡ଼ି ଦେଇଥିଲା।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

You might also like