ପୋଖରୀରେ ଗାଧୋଉ ଥିବାବେଳେ ବୁଡ଼ିଗଲେ ୨ ସାଙ୍ଗ

ଢେଙ୍କାନାଳ: ପୋଖରୀକୁ ଗାଧୋଇବାକୁ ଯାଇ ଥିବାବେଳେ ବୁଡ଼ିଗଲେ ଦୁଇ ନାବାଳିକା। ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ କରମୁଳ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଦ୍ୱୟ ହେଳେ-ଅନିତା ମଲ୍ଲିକ ଓ ଅଙ୍କିତା ମଲ୍ଲିକ। ଏମାନେ ଦୁଇ ସାଙ୍ଗ ବୋଲି ଜଣାପଡ଼ିଛି। ଉଭୟଙ୍କ ବୟସ ୧୦ ବର୍ଷ।

ଅନିତା ଓ ଅଙ୍କିତା ଗାଁର ଗୋଡ଼ିପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ହଠାତ ଗୋଡ଼ ଖସି ଯିବାରୁ ଦୁହେଁ ପାଣି ଭିତରେ ବୁଡ଼ି ଯାଇଥିଲେ। ପରେ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀଙ୍କ ଦ୍ୱାରା ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

ଗୁରୁତର ଅବସ୍ଥାରେ ଜଣଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟଜଣେ ନାବାଳିକା ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

You might also like