ପୋଖରୀରେ ବୁଡ଼ି ଗଲେ ଦୁଇ ନାବାଳିକା

ଖୋର୍ଦ୍ଧା: ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଗଲେ ଦୁଇ ନାବାଳିକା। ଖୋର୍ଦ୍ଧା ଜିଲ୍ଲା ବାଘମାରି ଅଟ୍ରି ଗାଁରେ ଆଜି ଏହି ଦୁଃଖଦ ଘଟଣା ଘଟିଛି। ମୃତ ୨ ନାବଳିକା ହେଲେ ଆଲିଶା ବେହେରା ଓ ଶ୍ରାବଣୀ ବେହେରା। ସେମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

ଜେଜେମା’ଙ୍କ ସହ ଆଲିଶା ଓ ଶ୍ରାବଣୀ ଗାଁ ପୋଖରୀରକୁ ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ହଠାତ୍ ସେମାନେ ବୁଡ଼ି ଯାଇଥିଲେ।

ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

You might also like