ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ

ଗୋଟିଏ ଦିନରେ ଦୁଇ ଦୁଇଟି ଲଜ୍ଜାଜନକ ଘଟଣା

ନୟାଗଡ/ ଭଦ୍ରକ : ରାଜ୍ୟର ଦୁଇ ଦୁଇଟି ସ୍ଥାନରୁ ଆଜି ଆସିଛି ଲଜ୍ଜାଜନକ ଅଭିଯୋଗ। ଗୋଟିଏ ଭଦ୍ରକ ଜିଲ୍ଲାରୁ ଏବଂ ଅନ୍ୟଟି ନୟାଗଡ଼ ଜିଲ୍ଲାରୁ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।

ପୀଡ଼ିତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାବେଳେ ଭଦ୍ରକ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ୍‌ ଜଣଙ୍କୁ ଅଟକ ରଖିଛି। ସେହିପରି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଅନ୍ୟ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ଲିଫ୍ଟ ଦେବା ବାହାନାରେ ନାବାଳିକାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରାଯାଇଥିବାବେଳେ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଗାଁ ଲୋକେ ଉଦ୍ଧାର କରିଥିବା ସୂଚନା ମିଳିଛି। ଏହାପରେ ଗାଁ ଲୋକେ ଅଭିଯୁକ୍ତକୁ ଧରି ନିସ୍ତୁକ ପିଟିବା ସହ ପୁଲିସ ଜିମା ଦେଇଥିବା ଜଣାପଡ଼ିଛି।

You might also like