ଦୁଇ ଭଉଣୀଙ୍କୁ ସମ୍ପର୍କୀୟ ଭାଇର ଦୁଷ୍କର୍ମ!

ସୋର: ଦୁଇ ନାବାଳିକା ଭଉଣୀଙ୍କୁ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନାରେ ଏନେଇ ପୀଡ଼ିତାଙ୍କ ପରିବାର ଅଭିଯୋଗ କରିଛନ୍ତି।

ଏତଲାରେ ହୋଇଥିବା ଅଭିଯୋଗ ଅନୁସାରେ ଅଭିଯୁକ୍ତ ଦୁଇ ନାବାଳିକା ଭଉଣୀଙ୍କୁ ଚକୋଲେଟ୍ ଲୋଭ ଦେଖାଇ ସେମାନଙ୍କ ସହ ଦୁଷ୍କର୍ମ କରିଥିଲା। ପରେ ଦୁଇ ଭଉଣୀ ଅସୁସ୍ଥ ହେବାରୁ ଘଟଣା ସମ୍ପର୍କରେ ଘରେ ଜଣାଇଥିଲେ।

ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୀଡ଼ିତାଙ୍କ ପରିବାର ପକ୍ଷରୁ ଦାବି ହୋଇଛି।

 

 

You might also like