ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର; ୨ ମୃତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ଖରିନାସିରେ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଫାଟି ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ- ମେରାଇନ ଥାନାର ବୋଟ୍‌ ଅପରେଟର ପ୍ରକାଶ ସାମନ୍ତରାୟ ଓ ସୁଶାନ୍ତ ସାହୁ। ପ୍ରକାଶଙ୍କ ଘର ନୟାଗଡ଼ ହୋଇଥିବା ବେଳେ ସୁଶାନ୍ତଙ୍କ ଘର ଛତ୍ରପୁରରେ।

ଖରିନାସିରେ ଥିବା କ୍ୱାଟରରେ ଆଜି ସେମାନେ ରୋଷେଇ କରୁଥିବା ବେଳେ କୌଣସି କାରଣରୁ ଗ୍ୟାସ୍‌ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ପ୍ରକାଶଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ସୁଶାନ୍ତଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଆହୁରି ପଢ଼ନ୍ତୁ

You might also like