ଢେଙ୍କାନାଳ: ବାଣ ବିସ୍ଫୋରଣ ଘଟି ୨ ଶିଶୁଙ୍କ ମୃତ୍ୟୁ ହୋଇ ଥିବାବେଳେ, ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଶିଶୁ ଦ୍ୱୟଙ୍କ ବୟସ ୬ ବର୍ଷ ଓ ୮ ବର୍ଷ। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗର ଗାଁରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ, ସୋଗର ଗାଁରେ ଥିବା ଏକ ଘରେ ଗଚ୍ଛିତ ଥିବା ବାଣରେ ଆଜି ହଠାତ୍ ନିଆଁ ଲାଗି ଯିବାରୁ ବିସ୍ଫୋରଣ ଘଟିଥିଲା। ୩ ଶିଶୁ ସେଇ ଘର ଭିତରେ ଫସି ରହି ଯାଇଥିଲେ।
ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଥିଲେ। ତେବେ ୨ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଆହତ ହୋଇଥିବା ଆଉ ଜଣେ ଶିଶୁ ଏବେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।