ମୋବାଇଲ୍ ବ୍ୟାଟେରୀରେ ଖେଳୁଥିଲେ, ହଠାତ୍ ହେଲା ବିସ୍ଫୋରଣ…
ଆସିକା(ମନୋଜ ମୁନୀ): ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ହରିପୁର ନୂଆସାହିରେ ମୋବାଇଲ୍ ଫାଟି ୨ ଶିଶୁ ଆହତ ହୋଇଛନ୍ତି। ଆହତ ଶିଶୁ ହେଲେ ରାଜା ଓ ଶୁଭମ୍। ଉଭୟଙ୍କ ବୟସ ୧୧ ବର୍ଷ ହେବ ବୋଲି ଜଣାପଡ଼ିଛି।
ଉଭୟ ଶିଶୁଙ୍କୁ ପ୍ରଥମେ ଧରାକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ରାଜାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ରାଜା ଓ ଶୁଭମ୍ ଟ୍ୟୁସନ୍ରୁ ଘରକୁ ଫେରିବାବେଳେ ରାସ୍ତାରୁ ଗୋଟିଏ ମୋବାଇଲ୍ ବ୍ୟାଟେରୀ ପାଇଥିଲେ। ବ୍ୟାଟେରୀରେ ତାର ସଂଯୋଗ କରି ଖେଳୁଥିବାବେଳେ ବ୍ୟାଟେରୀଟି ହଠାତ୍ ବିସ୍ଫୋରଣ ହୋଇଥିଲା।