ବୋମା ମାଡ଼ରେ ଥରିଲା କାମାକ୍ଷାନଗର କଲେଜ କ୍ୟାମ୍ପସ

ପୁଲିସର ସନ୍ଦେହ, ପ୍ରାକ୍ ନିର୍ବାଚନୀ ଗଣ୍ଡଗୋଳ

କାମାକ୍ଷାନଗର  : ବୋମା ମାଡ଼ରେ ଥରିଲା କଲେଜ କ୍ୟାମ୍ପସ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜରେ ବୋମା ମାଡ଼ରେ ୨ ଜଣ ଗୁରୁତର ହୋଇଛନ୍ତି। ଜଣେ ଛାତ୍ରଙ୍କ ସମେତ ଜଣେ ଅଣଛାତ୍ର ମଧ୍ୟ ଗୁରୁତର ଅାହତ ହୋଇଛନ୍ତି। ଅାହତମାନେ ହେଲେ ସଂଗ୍ରାମ ନାୟକ ଓ ସଂଜୀବ ନାୟକ।

ଅାଜି ଦିନ ୧୧ଟା ବେଳେ ସଂଗ୍ରାମଙ୍କୁ କଲେଜ ଛାଡିବାକୁ ଅାସିଥିଲେ ଅଣଛାତ୍ର ସଂଜୀବ। ଏହି ସମୟରେ ହଠାତ କଲେଜର ଜଣେ ଛାତ୍ର ଓ ୫ ଅଣଛାତ୍ର ସେମାନଙ୍କୁ ବୋମା ମାଡ଼ କରିବା ସହ ବନ୍ଧୁକ ଦେଖାଇ ଅାକ୍ରମଣ କରଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ନିଅାଯାଇଛି। ତେବେ ବନ୍ଧୁକ ଦେଖାଇ ସେମାନଙ୍କୁ ଅପହରଣ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି ଅାହତ ଛାତ୍ର।

ବୋମାମାଡ଼ ଘଟଣା ପଛର କାରଣ ପ୍ରାକ୍ ନିର୍ବାଚନ ବିବାଦ ବୋଲି ପୁଲିସ୍‌ ସନ୍ଦେହ କରୁଛି। ତେବେ ତଦନ୍ତ ପରେ ସଠିକ୍ କାରଣ ଜଣାପଡିବ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ।

ଆହୁରି ପଢ଼ନ୍ତୁ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

You might also like