ଓଟିଭି ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ବିଶାଲ୍‌ ଦେବଙ୍କୁ ଦୁଇ ମାନବାଧିକାର କର୍ମୀଙ୍କ ନୋଟିସ୍‌

ଭୁବନେଶ୍ୱର: ଓଟିଭି ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ କ୍ରୀଡ଼ା ସଚିବ ବିଶାଲ୍ ଦେବଙ୍କ ନିକଟକୁ ନୋଟିସ୍ ପଠାଯାଇଛି। ଦୁଇ ମାନବାଧିକାର କର୍ମୀ – ବିଶ୍ୱପ୍ରିୟ କାନୁନଗୋ ଓ ନରେନ୍ଦ୍ର ମହାନ୍ତି ଏହି ନୋଟିସ୍ ପଠାଇଛନ୍ତି।

ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ସେକ୍ସନ ୧୩ ଅନୁସାରେ ବିଶାଲଙ୍କୁ ସେମାନେ ନୋଟିସ୍ ପଠାଇଛନ୍ତି। ଓଟିଭି ପ୍ରତିନିଧିଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ନୋଟିସ୍‌ରେ ଦାବି ହୋଇଛି। ଯଦି ସେ କ୍ଷମା ନ ମାଗନ୍ତି, ତା’ହେଲେ ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆରେ ମାମଲା ରୁଜୁ କରାଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି।

ଏହି ଘଟଣାରେ ଉଭୟ ବିଶ୍ୱପ୍ରିୟ କାନୁନଗୋ ଓ ନରେନ୍ଦ୍ର ମହାନ୍ତି ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବିଶାଲ ଦେବ କ୍ଷମା ମାଗନ୍ତୁ ବୋଲି ଏଥିରେ ଦାବି କରାଯାଇଛି।

କ୍ରୀଡ଼ା ସାମ୍ବାଦିକଙ୍କୁ ନିଜ ଚାମ୍ବର ଭିତରେ ଦୁର୍ବ୍ୟବହାର କରିଥିଲେ ବିଶାଲ୍‌ ଦେବ।

ଆହୁରି ମଧ୍ୟ ପଢ଼ନ୍ତୁ: ବିଶାଲ୍‌ ଦେବଙ୍କ ଅାଚରଣକୁ ତୀବ୍ର ଭର୍ତ୍ସନା କଲେ ସାମ୍ବାଦିକ ଓ ବିଭିନ୍ନ ବର୍ଗର ଲୋକ

You might also like