ସୋର: ବାଲେଶ୍ୱର ଜିଲ୍ଲା ସୋର ପୁଲିସ୍ ଦୁଇ ଜଣ ହାଇୱେ ଲୁଟେରାକୁ ଗିରଫ କରିଛି। ସେମାନେ ହେଲେ ଖନ୍ତପଡ଼ା ଥାନା ଅନ୍ତର୍ଗତ ଇଞ୍ଚୁଡ଼ି ଗାଁର ନିରଞ୍ଜନ ଦାସ ଓ ସୋର ଥାନା ଅନ୍ତର୍ଗତ ମୁଳିସିଂ ଗାଁର ନବୀନ ଦାସ।
ଗତକାଲି ବିଳମ୍ୱିତ ରାତିରେ ପୁଲିସ୍ ଏହି ୨ ହାଇୱେ ଲୁଟେରାକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଓ ଏକ କାର୍କୁ ପୁଲିସ୍ ଜବତ କରିଛି।
ସୂଚନା ଅନୁସାରେ, ଏହି ଦୁଇ ଲୁଟେରା ଭଦ୍ରକରୁ ବାଲେଶ୍ୱର ଯାଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ତାରିଣୀ ଛକ ଚପରପଦା ପୋଲ ନିକଟରେ ସେମାନଙ୍କର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ ସେମାନେ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ସୋର ଥାନାର ପେଟ୍ରୋଲିଂ ଗାଡ଼ି ସେମାନଙ୍କୁ ଧରିଥିଲା।