ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରାକ୍ ନିର୍ବାଚନୀ ହିଂସା

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଗତକାଲି ରାତିରେ ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗି ରହିଥିବାରୁ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବିଶ୍ୱବିଦ୍ୟାଳୟ ଅଶାନ୍ତ ହୋଇଛି।

ଗତକାଲି ରାତିରେ ଛାତ୍ରାବାସରେ କିଛି ସିନିୟର ଛାତ୍ରଙ୍କ ସହ ମିଶି ଅଣଛାତ୍ର ଜୁନିୟର ଛାତ୍ରଙ୍କୁ ମିଟିଂ ପାଇଁ ଡାକିଥିଲେ। ଜୁନିୟର ମାନେ ମିଟିଂ ପାଇଁ ଯିବାକୁ ରାଜି ନହେବାରୁ ସିନିୟର ଓ ଅଣଛାତ୍ର ମିଶି ବ୍ୟାଟ୍‌, ଷ୍ଟମ୍ପ ଓ ଲୁହା ରଡ୍‌ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ପ୍ରତିବାଦ କରି ଛାତ୍ରମାନେ ଏକାଠି ହୋଇଛନ୍ତି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁନୁଷ୍ଠାନ ଦାବିରେ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କୁ ଭେଟିବାକୁ ପ୍ରଶାସନିକ ବିଲ୍ଡିଂ ଆଗରେ ଛାତ୍ରମାନେ ଏକାଠି ହୋଇଛନ୍ତି। ତେବେ ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like