ସରକାରୀ ପ୍ରକଳ୍ପକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭଦ୍ରକ: ସରକାରୀ ପ୍ରକଳ୍ପ କାର୍ଯ୍ୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତି ଏପରି ହେଲା ଯେ ଛୁରା ମାଡ଼ କରିବାକୁ ମଧ୍ୟ ଲୋକେ ପଛାଇ ନାହାନ୍ତି।

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ଦୁଇଟି ଗାଁ ମଧ୍ୟରେ ଏହି ଘଟଣା ଘଟିଛି। ଗ୍ରାମାଞ୍ଚଳ ଥାନା ଆର୍ ଏନ୍ ବେତଡ଼ା ଏବଂ ଗୋହିରାଣୀ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ସଂର୍ଘଷ ହୋଇଛି। ଏହି ସଂଘର୍ଷରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକ ଜଣକ ଗୋହିରାଣୀ ଗାଁର ଲୋକନାଥ ସେଠୀ ବୋଲି ଜଣାପଡ଼ିଛି। ତାଙ୍କୁ ଦୁର୍ବୃତ୍ତମାନେ ଛୁରା ମାଡ଼ କରିଥିଲେ। ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

 

 

You might also like