ଦୁଇ ବର୍ଷ ରିଲେସନଶିପ୍‌ରେ ରହିବା ପରେ ବିବାହ କଲେ ଦୁଇ ଯୁବତୀ

ଯାଜପୁର(ଅଭୟ ପତି): ଦୁଇ ବର୍ଷ ରିଲେସନଶିପ୍‌ରେ ରହିବା ପରେ ଦୁଇ ଯୁବତୀ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ଓ ବିବାହ ମଧ୍ୟ କରିଥିଲେ। ହେଲେ ପରିବାର ଲୋକେ ଏହାକୁ ଗ୍ରହଣ କରିବାକୁ ଅରାଜି। ଏପରିକି ଏହି ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି। ଫଳରେ ଜୀବନ ପ୍ରତି ବିପଦରେ ଥିବାରୁ ଯାଜପୁର ଜିଲ୍ଲା ଦାନଗଦି ଫାଣ୍ଡିରେ ଆଶ୍ରୟ ନେଇଛନ୍ତି ଏହି ସମଲିଙ୍ଗୀ ଦମ୍ପତି।

ପରିବାର ଲୋକ କାହିଁକି ସେମାନଙ୍କ ବିବାହକୁ ବିରୋଧ କରୁଛନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଆଇନ ଯେତେବେଳେ ଏହାକୁ ସ୍ୱୀକୃତି ଦେଇସାରିଛି ତା’ ପରେ ଲୋକଙ୍କ ବିରୋଧ ଓ ଧମକ ଏହି ଦମ୍ପତିଙ୍କୁ ବିଚଳିତ କରିଛି। ସୁରକ୍ଷା ପାଇଁ ସମଲିଙ୍ଗୀ ଦମ୍ପତି ଦାନଗଦି ଫାଣ୍ଡିରେ ଆଶ୍ରୟ ନେଇଛନ୍ତି।

ସୂଚନା ଅନୁସାରେ, ସଙ୍ଗଲିଙ୍ଗୀ ଦମ୍ପତି ଦ୍ୱୟଙ୍କ ଘର ଜଖପୁରା ଥାନା ଅନ୍ତର୍ଗତ ରାବଣା ଗାଁରେ ବୋଲି ଜଣାପଡ଼ିଛି।

ଘଟଣା ସମ୍ପର୍କରେ କୋରେଇ ପୋଲିସ ଖବର ପାଇ ସମଲିଙ୍ଗୀ ଦମ୍ପତିଙ୍କୁ କୋରେଇ ଥାନାକୁ ନେଇଥିଲା। ଏହାପରେ ଉଭୟଙ୍କଠାରୁ ଅଭିଯୋଗ ରଖି ତାଙ୍କୁ ଦାନଗଦିରେ ରହୁଥିବା ଘରେ ଛାଡ଼ିଛି।

You might also like